୨୯ ବର୍ଷର ବର ୬୭ ବର୍ଷୀୟ କନ୍ୟାଙ୍କୁ କରିବେ ପୁନର୍ବିବାହ
by Argus News
Tue, Nov 21 | 1:00 p.m.

ଅର୍ଗସ ବ୍ୟୁରୋ : ସାଧାରଣତଃ ଆମେ ଛୋଟ ଥିବା ବେଳେ ଯେତେବେଳେ ଆମ ବାପା ମା'ଙ୍କର ବାହାଘର ଫୋଟୋ ଦେଖୁ ସେତେବେଳେ  ବାପା ମାଙ୍କୁ  ପଚାରିଥାଉ କି ସେ ସମୟରେ ଆମେ କେଉଁଠି ଥିଲୁ । କିନ୍ତୁ ବାପା ମା' ଉତ୍ତର ନଦେଇ କିଛି ବି ବାହାନା କରି ସେ କଥାକୁ ଭୁଲେଇ ଦିଅନ୍ତି। କିନ୍ତୁ ସେହି ବିବାହକୁ ନେଇ ଆଜି ଆମେ ଏପରି ଏକ କଥା କହିବୁ ଯାହା ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଉତ୍ତର ପ୍ରଦେଶର ଆଜମଗଢରେ ଏକ ନିଆରା ବିବାହ ହେବାକୁ ଯାଉଛି। ଯେଉଁ ବିବାହରେ ପୁଅ,ବୋହୁ , ନାତି, ନାତୂଣୀ ସହିତ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ସାକ୍ଷୀ ରହିବେ। ଏଥିରେ ବିବାହ କରୁଥିବା ବରଙ୍କ ବୟସ ୨୯ ବର୍ଷ ଏବଂ କନ୍ୟାଙ୍କ ବୟସ ୬୭ବର୍ଷ। ଆଉ ଏହା ବିବାହ ନୁହେଁ ବରଂ ପୁନର୍ବିବାହ। ମାନେ ସେମାନଙ୍କର ଆଗରୁ ବିବାହ ହୋଇସାରିଛି।

ଏବେ ଆପଣ ଭାବୁଥିବେ କି ଏପରି କଣ ପାଇଁ? ଯଦି ୨୯ବର୍ଷ ବୟସରେ ପୁର୍ନବିବାହ ତେବେ ପ୍ରଥମ ବିବାହ କେବେ ହୋଇଥିଲା? ହଁ ଆଞା ଏହି ବିବାହରେ ଏକ ଆଶ୍ଚର୍ଯ୍ୟ କଲା ପରି କାହାଣୀ ରହିଛି। ଏହି କାହାଣୀ ହେଉଛି ଆଜମଗଢ ଜିଲ୍ଲାର ମୁବାରକପୁର ପୋଲିସ ଷ୍ଟେସନ ଅଞ୍ଚଳର ଆମିଲୋ ଗାଁର ବାସିନ୍ଦା ଲାଲ ବିହାରୀଙ୍କର । ସରକାରୀ ରେକର୍ଡ ଅନୁଯାୟୀ ଲାଲ ବିହାରୀ ୩୦ଜୁଲାଇ ୧୯୭୬ ରୁ ୩୦ଜୁନ୍ ୧୯୯୪ ପର୍ଯ୍ୟନ୍ତ ମୃତ ରହିଥିଲେ। ଲମ୍ବା ଲଢେଇପରେ ପ୍ରଶାସନ ଜୁନ୍ ୧୯୯୪ ରେ ତାଙ୍କୁ ଜୀବନ୍ତ ଘୋଷଣା କଲା।  କିନ୍ତୁ ପ୍ରଶାସନ ତାଙ୍କ ମୃତ୍ୟୁର ଫାଇଲକୁ ଗାୟବ କରିଦେଲା। ଲାଲ ବିହାରୀ ଜୀବିତ ଅଛନ୍ତି ବୋଲି ସେପ୍ଟେମ୍ବର ୧୯୮୬ରେ ବିଧାନସଭାରେ ଆବେଦନ କରିଥିଲେ।

୧୯୮୮ ମସିହା ନିର୍ବାଚନରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂ ଏବଂ କାନସି ରାମଙ୍କ ବିରୋଧରେ ଆହ୍ଲାବାଦରୁ ଉପ-ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୧୯୮୯ ମସିହାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିଥିଲେ କିନ୍ତୁ  ନ୍ୟାୟ ପାଇ ନଥିଲେ। ଏପରିକି ସେ ନିଜ ଜ୍ୱାଇଁଙ୍କୁ ଅପହରଣ ମଧ୍ୟ କରିଥଲେ  ଯେପରି ତାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇପାରିବ କିନ୍ତୁ ତାହା ବି ହୋଇପାରିଲା ନାହିଁ। ଦୀର୍ଘ ଦିନର ସଘଂର୍ଷ ପରେ ମୃତ୍ୟୁବରଣ କରିଥିବା ଲାଲ ବିହାରୀ ରେକର୍ଡରେ ଜୀବନ୍ତ ହୋଇଥିଲେ। ସେ ଏକ ମୃତ ସଙ୍ଗଠନ ଗଠନ କରିବାକୁ ଏବଂ ଡକ୍ୟୁମେଣ୍ଟରେ ଯେଉଁମାନେ ମୃତ ଘୋଷିତ ହୋଇଛନ୍ତି ସେମାନଙ୍କୁ ଜୀବନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୦୦୦ରୁ ଅଧିକ ଲୋକଙ୍କୁ ଯେଉଁମାନେ ଡକ୍ୟୁମେଣ୍ଟରେ ମୃତ ସେମାନଙ୍କୁ ଜୀବନ୍ତ କରିଛନ୍ତି।

ସେ ପ୍ରାୟ ୪୭ବର୍ଷ ଏଥିପାଇଁ ସଂଘର୍ଷ କରିଥିଲେ । ଯଦିଓ ତାଙ୍କୁ ଏବେ ୬୯ ବର୍ଷ ବୟସ ହୋଇଛି, କିନ୍ତୁ ପ୍ରଶାସନ ତାଙ୍କୁ କାଗଜରେ ପୁନର୍ଜୀବିତ କରିବା ଦିନଠାରୁ ସେ ତାଙ୍କ ବୟସ ଗଣନା କରୁଛନ୍ତି। ବର୍ତ୍ତମାନ ସେ ତାଙ୍କର ବୟସ ୨୯ ବର୍ଷ ବୋଲି କହିଛନ୍ତି। ସେ ୬୭ବର୍ଷର ପତ୍ନୀଙ୍କୁ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। 


ଅଧିକ ପଢନ୍ତୁ ଦେଶ ଖବର...

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍